ଭାରତୀୟ ମୁକ୍ତି ସଂଗ୍ରାମର ଆଉ ଜଣେ ନାୟିକା ପାର୍ବତୀ ଗିରି, ଅସହାୟଙ୍କ ପାଇଁ ପାଲଟିଥିଲେ ବଡ଼ ମାଆ…
ଭୁବନେଶ୍ଵର, ୦୬/୦୬ : ଭାରତୀୟ ମୁକ୍ତି ସଂଗ୍ରାମରେ ଅନେକ ନାରୀ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସ୍ଵତନ୍ତ୍ର ସେନାନୀ ଭାବରେ ମାଟି ମାର ସେବାରେ ସମର୍ପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାର୍ବତୀ ଗିରି। ତାଙ୍କ ନାମ ପରି ବ୍ୟକ୍ତିତ୍ଵ। କେତେବେଳେ ଶକ୍ତିରୂପିଣୀ କେତେବେଳେ ମାତୃରୂପିଣୀ। ସର୍ବଭାରତୀୟ ସ୍ତରରେ ସେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ସ୍ଵାଧୀନ ଭାରତର ସେ ଜଣେ ଅନନ୍ୟ ସମାଜସେବୀ। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ…
