ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର
ଭୁବନେଶ୍ଵର, ୨୭/୦୯ : ଫିଲ୍ମ ‘ସିଆଇଡି’ ଜରିଆରେ ରାତାରାତି ୱହୀଦା ରହମାନ ସିନେ ଜଗତର ସେନ୍ସେସନ୍ ପାଲଟିଲେ । ତା’ପରେ ରୋମାଣ୍ଟିକ୍ ଡ୍ରାମା ‘ଗାଇଡ୍’ ଓ ‘ରେଶମା ଔର ଶେରା’ ହେଲା ତାଙ୍କ ସିନେ କ୍ୟାରିଅର୍ର ମାଇଲଖୁଣ୍ଟ । ଗୋଟିଏ ତାଙ୍କୁ ବ୍ୟବସାୟିକ ସଫଳତା ଆଣିଦେଲା, ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ମୁକୁଟ ପିନ୍ଧାଇଲା । ଆଉ ଗୋଟିଏ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନର ଅଧିକାରିଣୀ କଲା । ରୋମାଣ୍ଟିକ୍ ଡ୍ରାମା ‘ଗାଇଡ୍’ର ରୋଜି ଚରିତ୍ର ଜରିଆରେ ପାରମ୍ପରିକ…
