ଅନଲାଇନ ପାଠପଢ଼ା ନାଁରେ କଣ ଚାଲିଛି ନଜର ରଖନ୍ତୁ- ଜାଣିବା ଜରୁରୀ

ମହାମାରୀ ସମୟରେ ସ୍କୁଲ ବନ୍ଦ । ବିନା ପରୀକ୍ଷାରେ ବି ଏବର୍ଷ ମାଟ୍ରିକରେ ଭଲ ମାର୍କ ଅମଳ ହୋଇଛି। ଏଭଳି ସମୟରେ ପିଲାଙ୍କ ସମୟ ବିତୁଛି ପବଜି ଓ ଫ୍ରି ଫାୟାରରେ । ଭାରତରୁ ବ୍ୟାନ ହୋଇଥିବା ପବଜି ନିକଟରେ ପୁଣି ବୁଲେଇ ବଙ୍କେଇ ଏଣ୍ଟ୍ରି ମାରିଛି। ପୂରା ଦେଶୀ ଭର୍ସନରେ ଆସିଛି ବ୍ୟାଟଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ।  ଯେଉଁମାନେ ପୂର୍ବରୁ ପବଜିରେ ରେଜିଷ୍ଟ୍ରି କରିଥିଲେ ସେମାନଙ୍କୁ ବିନା କଷ୍ଟରେ ଏହା ଉପଲବ୍ଧ ହୋଇଯାଉଛି ।…

Read More

ଟୁଆଁଟୁଇଁ ଦେଖିବା ବେଳକୁ ବାଘମାମୁ କୂଅରେ-(Watch)

    ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଟୁଆଁଟୁଇଁ ଗପ ସମସ୍ତଙ୍କ ପ୍ରିୟ । ପିଠା ଖାଇବାକୁ ଆସି ବାଘମାମୁ କୂଅରେ ପଡ଼ିବା ଗପରେ ଆମେ ତାଳିମାରିଛେ। ଏବେ କିନ୍ତୁ ସେମିତି ଏକ ଭିଡିଓ ଆସିଛି ଆସାମରୁ। କୂଅରେ ପାଣି ଭିତରେ ପଡ଼ିଛି ଏକ ଚିତାବାଘ। ବାଘଟି କୂଅ ଭିତରୁ ଗର୍ଜନ ତର୍ଜନ କରୁଛି। 20 ଫୁଟ ଗଭୀର କୂଅ ଭିତରେ ବାଘଟି ପଡ଼ିଯ଼ାଇଥିବା ଦେଖାଯ଼ାଇଥିଲା। ଘଟଣା ହେଉଛି ଆସାମର ଗରଭଙ୍ଗା ବନାଞ୍ଚଳର ମାଧବନଗର ।   ଗାଁ…

Read More

ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ : ଅସନ୍ତୁଷ୍ଟଙ୍କୁ ସୁଯୋଗ ନା ଚେତାବନୀ

      ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଯ଼େଉଁଭଳି ଢଙ୍ଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଲେ, ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ଜାହିର କଲେ ତାକୁ ନେଇ ସବୁଆଡ଼େ ଖୁବ ଚର୍ଚ୍ଚା ଲମ୍ବିବାରେ ଲାଗିଥିଲା । ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନିର୍ଣ୍ଣୟ କରାଯ଼ିବାରେ ଯ଼ଥେଷ୍ଟ ସତର୍କତା ଅବଲମ୍ବନ କରାଯ଼ାଇଛି ଏବଂ କୌଣସି ତ୍ରୁଟି ହୋଇନାହିଁ ବୋଲି ବୋର୍ଡ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଦିଆଯ଼ିବା ସତ୍ତ୍ବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ସ୍ବର ନରମ…

Read More

ସୁନା ଝିଅ ଦୀପିକା କୁମାରୀ – ସ୍ବାମୀଙ୍କ ସହ ଧନୁତୀର ଖେଳି, ମାରିଲେ ବାଜି

ସୁପରଷ୍ଟାର ଭାରତୀୟ ଆଥଲେଟ ଦୀପିକା କୁମାରୀ ହ୍ୟଟ୍ରିକ ଗୋଲ୍ଡ ଜିଣି ଭାରତକୁ ଗୌରବାନ୍ବିତ କରିଛନ୍ତି । ପ୍ୟାରିସରେ ଚାଲିଥିବା ବିଶ୍ବକପ ଆର୍ଚେରୀ (ଧନୁଚାଳନା) ଷ୍ଟେଜ 3 ବିଶ୍ବକପରେ ଦୀପିକା ତିନି ତିନି ଥର ସଫଳତା ଅର୍ଜନ କରିଛନ୍ତି। ପ୍ରଥମେ ମହିଳା ଏକକ ରିକର୍ଭ ଇଭେଣ୍ଟରେ ଦୀପିକା ସ୍ବର୍ଣ୍ଣ ଜିଣିଥିଲେ । ଏହାପରେ ମିକ୍ସଡ ଇଭେଣ୍ଟରେ ପତି ଅତନୁ ଦାସଙ୍କ ସହିତ ମିଶି ମଧ୍ୟ ସେ ସ୍ବର୍ଣ୍ଣ ଜିଣିଥିଲେ। ଉଭୟ ନେଦରଲ୍ୟାଣ୍ଡସର ଜେଫ ଭ୍ୟାନ ଡେନ ବର୍ଗ ଏବଂ…

Read More

ମହିଳାଙ୍କ ଛୋଟ ଡ୍ରେସ ଉପରେ ଇମ୍ରାନଙ୍କ ନଜରିୟା, ପୁଣି ବିବାଦରେ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନାରୀ ବା ମହିଳାମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିବାରେ ଲାଗିଛି । ବିରୋଧୀଦଳ ନେତା ତଥା ସାମ୍ବାଦିକମାନେ ତାଙ୍କର ଏହି ଭାବନାରେ କ୍ରୋଧ ଏବଂ ଘୃଣା ପ୍ରକାଶ କରିଛନ୍ତି ପାକିସ୍ତାନ ସୀମା ଡେଇଁ ଅନ୍ୟ ଦେଶରେ ବି ପ୍ରତିକ୍ରିୟା ସୃଷ୍ଟି କଲାଣି । ଦେଶରେ ବଢୁଥିବା ଯୌନ ଉତ୍ପୀଡ଼ନ ମାମଲାକୁ ଦେଖି ଇମ୍ରାନ ଏମିତି କିଛି କହିଛନ୍ତି ଯାହା ପ୍ରତିକ୍ରିୟା ସୃଷ୍ଟି କରିଛି…

Read More

50 ବର୍ଷ ବୟସରେ ଏହି ମହିଳା ଚାଖିଲେ ସଫଳତାର ଘିଅ

କିଛି ଗୋଟେ ଆରମ୍ଭ କରିବା ପାଇଁ କଦାପି ସମୟ ବିଳମ୍ବ ହୋଇନପାରେ।  ପାରିପାର୍ଶିକ ସ୍ଥିତି ବି ପ୍ରତିବନ୍ଧକ ସୃଷ୍ଟି କରିପାରିବନି।  ଯଦି ଆପଣଙ୍କ ପାଖରେ ଇଚ୍ଛା ଶକ୍ତି ଅଛି ସବୁ କିଛି ସମ୍ଭବ ହୋଇପାରିବ । ସେହି ଇଚ୍ଛା ଶକ୍ତି ବଳରେ ଆପଣ ଛୋଟରୁ ଆରମ୍ଭ କରିପାରିବେ ଏବଂ ସଫଳତାର ପାହାଡ଼ ଚଢ଼ିପାରିବେ। କମଲଜିତ କୌରଙ୍କ ଉଦାହରଣ ନିଅନ୍ତୁ ।  କରୋନାରୁ ସୁସ୍ଥ ହେବା ପରେ ସେ ଭାବିଲେ ଈଶ୍ବର ତାଙ୍କୁ ନୂଆ ଜୀବନ ଜୀଈବା ପାଇଁ…

Read More

ଆସୁଛି ପିଲାଙ୍କ ପାଇଁ ଟିକା, କରୋନାରୁ ମିଳିବ ସୁରକ୍ଷା

କରୋନାର ତୃତୀୟ ଲହରକୁ ନେଇ ଆତଙ୍କ ଥମୁନାହିଁ। ବିଶେଷ କରି ଶିଶୁମାନଙ୍କ ସୁରକ୍ଷା ଉପରେ ଏବେ ସମସ୍ତେ ଚିନ୍ତିତ । ତେବେ କରୋନାରୁ ରକ୍ଷା ପାଇବା ପାଇଁ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ ସମସ୍ତଙ୍କ ଟିକକରଣ ଜାରି ରହିଛି । ଆମଦେଶରେ କିନ୍ତୁ ଏପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟିକା ଆସିନାହିଁ। ଏବେ ସେ ଚିନ୍ତା ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। କାରଣ ପିଲାମାନଙ୍କ ପାଇଁ ବି ଆସିବାକୁ ଯାଉଛି ଟିକା। ଗୋଟିଏ ନୁହେଁ ଏକଥାରକେ…

Read More

6 ବର୍ଷ ବର୍ଷ ବୟସରେ କରୋନା ଲଦିଦେଲା ସଂସାର ବୋଝ

ଏହି କୁନି ପିଲାଟିର ଫଟୋ ଦେଖିଲା ପରେ ତା ମୁହଁରେ ଥିବା ସେହି ବାଲ୍ୟ ଚପଳତାକୁ ତ ଆପଣ ନିଶ୍ଚୟ ବାରି ପାରୁଥିବେ । ସେ କାଖ କରିଛି ତାର କୁନି ଭାଇକୁ । ବୟସ ମାତ୍ର 45 ଦିନ। ଯେଉଁ ବୟସରେ ଦୁନିଆ କଣ ଦେଖିବା ପାଇଁ ଏମାନଙ୍କର ଭଲ ଭାବେ ଆଖି ଫିଟି ନାହିଁ।  ଚାଲିବା ପାଇଁ କୁନି କୁନି ପାଦରେ ଏତେ ଶକ୍ତି ବି ଆସିନାହିଁ।  ନିଜେ ଦି ଗଣ୍ଡା ଖାଇବା ପାଇଁ…

Read More

ଆମ୍ବୁଲାନସ ପଛରେ ଧାଇଁଲା କୁକୁର ସେ ବ୍ୟସ୍ତ ଥିଲା

କୁକୁରମାନଙ୍କ ବିଶ୍ବସନୀୟତାର କାହାଣୀ ଆମ ସମସ୍ତଙ୍କ ପାଖରେ ଗୋଟିଏ ନା ଗୋଟିଏ ଥିବ । ଯାହାକୁ ବି ପଚାରିଲେ ନିଶ୍ଚୟ କୁକୁର ଏବଂ ତାର ସାଥୀ ମାଲିକର କାହାଣୀ ସେ ବଖାଣିବ। କିନ୍ତୁ ଏବେ ଆମେ ଯେଉଁ ଚିତ୍ର ଦେଖାଇବାକୁ ଯାଉଛୁ, ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ନେଟ ଦୁନିଆରେ ଏହି ଚିତ୍ରଟି ଖୁବ ଭାଇରାଲ ହୋଇଛି. । ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନିଆଗଲା । ହେଲେ…

Read More

ପାଠ ପଛ, ଏବେ ପରିବାର ବଞ୍ଚିବା ଦରକାର

ଲକଡାଉନରେ ମଣିଷକୁ କେତେକଣ କଷ୍ଟ ସହିବାକୁ ପଡୁଛି ଏବେ ଗୋଟିଏ ପରେ ଗୋଟିଏ ଉଦାହରଣ ସାମ୍ନାକୁ ଆସୁଛି । ସ୍ଥିତି ଏମିତି ହୋଇଛି ଯେ ଦୁଇ ଓଳି ଖାଇବା ପାଇଁ ଘରେ ଆଉ ଦି ଅଣା ନାହିଁ ବାଧ୍ୟ ହୋଇ ବିଷ୍ଣୁପ୍ରିୟା ଭଳି ଜଣେ ମେଧାବୀ ଛାତ୍ରୀ ଜମାଟୋରେ ଫୁଡ ଡେଲିଭରି କରୁଛନ୍ତି। ଉପରେ ଦେଖୁଥିବା ଫଟୋ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟାଙ୍କର । ବିଷ୍ଣୁପ୍ରିୟା ଯୁକ୍ତ ଦୁଇରେ ପଢ଼ନ୍ତି। ଇଚ୍ଛା ଡାକ୍ତର ହେବା…

Read More