ରାଜ୍ୟଗୋଷ୍ଠୀ କ୍ରୀଡ଼ା : ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ, କାନାଡା ପ୍ରତିଯୋଗୀଙ୍କୁ ଦେଲେ ମାତ୍

ବର୍ମିଂହାମ୍, ୦୮/୦୮ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ଜିତିଲେ ଭାରତର ସୁନା ଝିଅ ପିଭି ସିନ୍ଧୁ। ଫାଇନାଲ୍ ମୁକାବିଲାରେ କାନାଡା ପ୍ରତିଯୋଗୀଙ୍କୁ ହରାଇ ସେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସେ ଏକତରଫା ବିଜୟ ହାସଲ କରିଛନ୍ତି। କମନଓ୍ବେଲଥ୍‌ ଗେମ୍ସରେ ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । କମନଓ୍ବେଲଥ୍‌ ଗେମ୍ସ ୨୦୨୨ରେ ଆଶା କରାଯାଉଥିଲା ଫାଇନାଲ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ । କିନ୍ତୁ…

Read More

ସଫଳତାପୂର୍ବକ ଆଜାଦୀ ସ୍ୟାଟ୍ ଉତ୍‌କ୍ଷେପଣ କଲା ଇସ୍ରୋ, ଡିଜାଇନ୍ କରିଥିଲେ ୭୫୦ ସ୍କୁଲ ଛାତ୍ରୀ

ନୂଆଦିଲ୍ଲୀ, ୦୭/୦୮ : ସ୍ଵାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ଇସ୍ରୋ। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ପକ୍ଷରୁ ଆଜାଦୀ ସ୍ୟାଟ୍ ଉତ୍‌କ୍ଷେପଣ ସଫଳ। ସକାଳ ୯ଟା ୧୮ରେ SSLV-D1-EOS-02 ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଏହି ସାଟେଲାଇଟ୍ ଉତ୍‌କ୍ଷେପଣ ହୋଇଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ୭୫ଟି ଗାଁର ୭୫୦ ସ୍କୁଲ ଛାତ୍ରୀ ଏହି ସାଟେଲାଇଟ୍‌ର ଡିଜାଇନ୍ କରିଥିଲେ। ଏନେଇ ଇସ୍ରୋ ପ୍ରମୁଖ ସୋମନାଥ ସୂଚନା ଦେଇଛନ୍ତି। ଏହି ମହତ୍ତ୍ଵାକାଂକ୍ଷୀ ପ୍ରୋଜେକ୍ଟକୁ…

Read More

ବସ୍ତି ପିଲାମାନଙ୍କୁ ପଢାଉଥିଲେ ପାଠ, ଏବେ ଦେଶର ସର୍ବଶ୍ରେଷ୍ଠ ଟ୍ରେନି ଆଇଏଏସ୍ ଅଫିସର ସିମି କରଣ

ନୂଆଦିଲ୍ଲୀ, 05/08 : କୁହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଓଡ଼ିଶାର ସିମି କରଣ। ମୁମ୍ଵାଇର ଏକ ବସ୍ତିରେ ପିଲାମାନଙ୍କୁ ପାଠ ପଢାଇବା ବେଳେ ସେମାନଙ୍କ ପାଇଁ କିଛି କରିବାର ଆଶାରେ ଆଜି ସେ ହୋଇପାରିଛନ୍ତି ଜଣେ ଆଇଏଏସ୍ ଅଧିକାରୀ। ଦିନରାତି କଠିନ ପରିଶ୍ରମ କରି ସେ 31ତମ ରାଙ୍କ ରଖି ହୋଇଛନ୍ତି ୟୁପିଏସସି ଟପର। ଆଇଆଇଟି ବମ୍ଵେର ପୂର୍ବତନ ଛାତ୍ରୀ ହେଉଛନ୍ତି ଓଡ଼ିଶାର ସିମି କରଣ। ବିଟେକ୍ କରୁଥିବା…

Read More

ହର ହର ଶମ୍ଭୁ ଗୀତ ଗାଇ ଚର୍ଚ୍ଚାରେ ଓଡ଼ିଆ ଝିଅ ଅଭିଲିପ୍ସା, କରାଟେରେ ଜିତିଛନ୍ତି ସ୍ଵର୍ଣ୍ଣ ପଦକ… 8ଟି ଭାଷାରେ ଗାଇ ପାରନ୍ତି ଗୀତ

ଭୁବନେଶ୍ଵର, ୦୧/୦୮ : ସୋସିଆଲ ମିଡିଆରେ ଏବେ ଧମାଲ କରୁଛି ହର ହର ଶମ୍ଭୁ ଗୀତ। ଏହି ଗୀତ ଗାଇ ଏବେ ସାରା ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଅଭିଲିପ୍ସା ପଣ୍ଡା। ଗତ 2 ମାସ ତଳେ ରିଲିଜ୍ ହୋଇଥିବା ଏହି ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଗୀତକୁ ଏବେ ମିଲିୟନ ଭ୍ୟୁଜ୍ ମିଳିସାରିଛି। ଯୁବ ପୀଢିଙ୍କ ଠାରୁ ନେଇ ବୟସ୍କଙ୍କ ଯାଏଁ ସମସ୍ତେ ଏହି ଗୀତକୁ ପସନ୍ଦ କରିଛନ୍ତି। ତେବେ ଆପଣ ଜାଣିଛନ୍ତି…

Read More

ପ୍ରେରଣାର ସ୍ରୋତ ପ୍ରତୀକ୍ଷା : ଦିନେ ବ୍ୟାଙ୍କ୍‌ରେ ଥିଲେ ଝାଡ଼ୁଦାର… ଆଜି ସେହିଠାରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର

ଭୁବନେଶ୍ଵର, ୦୨/୦୮ : ଦିନେ ବ୍ୟାଙ୍କ୍‌ରେ ଝାଡ଼ୁଦାର ଭାବେ ଆରମ୍ଭ କରିଥିଲେ କାମ। ଆଜି ସେହି ବ୍ୟାଙ୍କ୍‌ରେ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର। ତେବେ ଝାଡ଼ୁଦାରରୁ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଯାତ୍ରା ନଥିଲା ସହଜ। କୁହନ୍ତି ଦୃଢ ଇଛାଶକ୍ତି ଓ କଠିନ ମନୋବଳ ଥିଲେ ସବୁ ଅସମ୍ଭବ ହୁଏ ସମ୍ଭବ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପ୍ରତୀକ୍ଷା ତୋଣ୍ଡୱାଲକର। ପଢନ୍ତୁ ପ୍ରତୀକ୍ଷାଙ୍କର ଏହି ସଙ୍ଘର୍ଷମୟ କାହାଣୀ ବିଷୟରେ… ପୁନେର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ପ୍ରତୀକ୍ଷା…

Read More

ମହାମହିମ ମୁର୍ମୁ : ଜାଣନ୍ତୁ ଦେଶର ପ୍ରଥମ ନାଗରିକଙ୍କ କୃତିତ୍ତ୍ଵ…

ଭୁବନେଶ୍ଵର, ୦୧/୦୮ : ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅଳଙ୍କୃତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ା ଗାଁରେ ସାନ୍ତାଳି ସମୁଦାୟର ଗରିବ ଆଦିବାସୀ ପରିବାରରେ ତାଙ୍କର ଜନ୍ମ। ତାଙ୍କର ବାଲ୍ୟ ଜୀବନ ଥିଲା ଖୁବ୍ ସଂଘର୍ଷମୟ। ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସେ ଭୁବନେଶ୍ଵରର ରମାଦେବୀ ମହିଳା କଲେଜରୁ ବିଏ ପାସ୍ କରିଥିଲେ। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ରାଇରଙ୍ଗପୁର ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ସହକାରୀ ଶିକ୍ଷୟତ୍ରୀ…

Read More

ଆସୁଛି ନୂଆ ଶ୍ରମ ଆଇନ ଏଥର ମ୍ୟାନେଜରଙ୍କ ହାକିମାତି ଶେଷ

ଜୁଲାଇ 1 ତାରିଖରୁ ଦେଶରେ ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯ଼ାଉଛି । ଏହାଦ୍ବାରା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହେବ। ଯ଼େଉଁଥିରେ ଆପଣଙ୍କ ପାଇଁ ଅନେକ କିଛି ଜାଣିବାର ଅଛି। ଏହା ନୂଆ ନିୟମ ଲାଗୁ ହେଲେ କର୍ମଚାରୀଙ୍କ କାର୍ଯ଼୍ୟକ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷ କରି କର୍ମଚାରୀଙ୍କ ଦୈନିକ କାର୍ଯ଼୍ୟ ସମୟ, ସେମାନଙ୍କର ଇପିଏଫ, ସେମାନଙ୍କର ଦରମା, ଗ୍ରାଚ୍ୟୁଟି,  ଆଦି…

Read More

ଲାଲ ମର୍ସିଡିଜରେ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କଲେ

 ଘଟଣା ଥିଲା ଗତ 28 ତାରିଖରେ। ଝିଅଟି ନିକଟସ୍ଥ ବଞ୍ଜାରା ହିଲ୍ସର ଏକ ପବରେ ହୋଇଥିବା ଗେଟ ଟୁଗେଦରରେ ଭାଗ ନେଇଥିଲା। ସଂଧ୍ୟା ସାଢ଼େ 5ଟା ବେଳେ ଯ଼େତେବେଳେ ଝିଅଟି ବାହାରକୁ ଆସିଥିବା ଏହି ନାଲି ମର୍ସିଡିଜରେ 4 ଜଣ ଝିଅଟିକୁ ଲିଫ୍ଟ ଦେଇଥିଲେ। ଯେହେତୁ ପବରେ ଦେଖାହୋଇଥିଲା ବିଶ୍ବାସରେ ଝିଅଟି ମର୍ସିଡେଜରେ ବସି ଯ଼ାଇଥିଲା। ତେବେ କାରରେ ଝିଅଟିକୁ ଘରେ ଛାଡ଼ିବା ପରିବର୍ତ୍ତେ ତାକୁ ନେଇଥିଲେ ଯ଼ାଇଥିଲେ ଏକ ନିଛାଟିଆ ସ୍ଥାନକୁ ସେଠାରେ ତାକୁ 4…

Read More

ଶ୍ରୁତି ଶର୍ମାଙ୍କ ସିକ୍ରେଟ କଣ ଜାଣନ୍ତୁ

ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷା ଟପ୍ପର ହୋଇ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ।   ଉତ୍ତରପ୍ରଦେଶର ବିଜନୌରର ବାସିନ୍ଦା ଶ୍ରୁତିଙ୍କ କ୍ୟାରିୟର ଉତ୍ଥାନ ପତ୍ତନ ଦେଇ ଗତି କରିଛି । ଦିଲ୍ଲୀର ଷ୍ଟିଫେନସ କଲେଜରୁ ଇତିହାସରେ ନିଜର  ଗ୍ରାଜୁଏସନ ପାସ କରିଥିବା ବେଳେ ପୋଷ୍ଟ ଗ୍ରାଜୁଏସନ ଜବାହରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ପଢ଼ିଥିଲେ। ତେବେ ପିଜି ପାସ କରିବା ପୂର୍ବରୁ ସେ ସିଭିଲ ସର୍ଭିସ ପାଇଁ ପାଠ ପଢ଼ା ଆରମ୍ଭ କରିଦେଇଥିଲେ  । ଜାମିଆ…

Read More

ଦୁବାଇ ଯାତ୍ରା ବେଳେ ହଠାତ ଯାତ୍ରୀଙ୍କ କାର୍ଡିଆକ ଆରେଷ୍ଟ ହେଲା

ମଝି ଆକାଶରେ ବିମାନ ଯ଼ାତ୍ରା ସମୟରେ ହଠାତ ଯ଼ାତ୍ରୀଙ୍କୁ ହେଲା ହାର୍ଟ ଆଟାକ । ଏହାପରେ କଣ ହୋଇଥିବ ଭାବନ୍ତୁ । କଣ ସଂପୃକ୍ତ ଯ଼ାତ୍ରୀଙ୍କୁ  ବଞ୍ଚାଯ଼ାଇପାରିଲା ନା ଆଉ କଣ ଘଟିଲା ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ।  ନିଶ୍ଚୟ ଭାବେ ଯ଼ାତ୍ରୀଙ୍କୁ ବଞ୍ଚାଇଦିଆଗଲା। ତେବେ କେମିତି ଜାଣନ୍ତୁ । ବିମାନଟି ଯ଼ାଉଥିଲା କନ୍ନରୁରୁ ଦୁବାଇ । ଗୋ ଫାଷ୍ଟ ଫ୍ଲାଇଟ ବିମାନ ଟି ମେ 8 ତାରିଖରେ ଦୁବାଇ ଅଭିମୁଖେ ଯ଼ାତ୍ରା ଆରମ୍ଭ…

Read More