୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ, ଆଲିୟା ଓ କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ,

ନୂଆଦିଲ୍ଲୀ, ୧୮/୧୦ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବ । ଭାରତୀୟ ସିନେମା ଜଗତକୁ ଶ୍ରେଷ୍ଠ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଗତ ଅଗଷ୍ଟ ମାସରେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କରୋନା ମହାମାରୀ ଯୋଗୁ ଏହି ସମ୍ମାନ ବର୍ଷେ ପଛୁଆ ଅନୁଷ୍ଠିତ ହେଉଛି । ଚଳିତ ଥରର ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି…

Read More

୧୦ ବର୍ଷ ମଧ୍ୟରେ ମହିଳା ଉପରେ ୭୫ ପ୍ରତିଶତ ବୃଦ୍ଧି ପାଇଛି ଅପରାଧ, ସମାଜରେ କେତେ ସୁରକ୍ଷିତ ଝିଅ ?

ନୂଆଦିଲ୍ଲୀ, ୧୨/୧୦ : ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଝିଅମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ସମାଜକୁ ଅବଗତ କରାଇବା ଏବଂ ସେମାନଙ୍କର ଅଧିକାର ରକ୍ଷା କରିବା, କିନ୍ତୁ ଝିଅମାନଙ୍କ ସୁରକ୍ଷା ବିଷୟରେ ଆମେ କେତେ ସଚେତନ ? ଆମ ଦେଶରେ ପ୍ରାୟ ୫୦ ପ୍ରତିଶତ ମହିଳା ଦୁଇ ଦଶନ୍ଧି ଧରି ଘରୁ ପାଦ କାଢିଛନ୍ତି। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପରିଚୟ ପ୍ରତିଷ୍ଠା କରୁଛନ୍ତି। କୌଣସି ପ୍ରତିବନ୍ଧକ ବିନା ଜୀବନ ବଞ୍ଚିବାକୁ…

Read More

ରେଳବାଇର ‘ମାତୃଶକ୍ତି’କୁ ଉପହାର, ଦୁର୍ଗା ପୂଜା ପୂର୍ବରୁ ମହିଳା ସ୍ପେଶାଲ ପ୍ରଥମ ଶ୍ରେଣୀର କୋଚ୍‌ ଆରମ୍ଭ

କୋଲକାତା, ୦୯/୧୦ : ଦୁର୍ଗା ପୂଜା ପୂର୍ବରୁ ମହିଳା ସ୍ପେଶାଲ ଏକ କୋଚ୍‌କୁ ପ୍ରଥମ ଶ୍ରେଣୀ କୋଚ୍‌ ଭାବରେ ରୂପାନ୍ତରିତ କରାହୋଇଛି । ପୂର୍ବ ରେଳବାଇ ପ୍ରଥମ ଶ୍ରେଣୀ କୋଚଙ୍କୁ ସିଆଲଦାରାଣାଘାଟ ମାତୃଭୁମୀ ସ୍ୱତନ୍ତ୍ର ଟ୍ରେନରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ପରିଚିତ କରିବାକୁ ଯାଉଛି । ଯଦିଓ ରେଳବାଇ କହିଛି ଯେ ଏହି ବ୍ୟବସ୍ଥା ହେଉଛି ‘ମାତୃଶକ୍ତି’କୁ ଉପହାର ଅର୍ପଣ କରିବା, ମହିଳା ଯାତ୍ରୀମାନେ ଏହି ଯୋଜନାକୁ ନେଇ କ୍ଷୁବ୍ଧ ଅଛନ୍ତି । ଏହାକୁ ନେଇ ବିତର୍କ…

Read More

କନ୍ୟା ସନ୍ତାନ ହେଲେ ମାଆଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ଵର, ୦୮/୧୦ : ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲା ସ୍ଥିତ ମାତୃଶ୍ରୀ ହସ୍‌ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଶ୍ରାବଣୀକା ରେଡ୍ଡୀ ନିଜର ମହତ ପ୍ରୟାସ ଲାଗି ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି । କନ୍ୟା ସନ୍ତାନର ଜନନୀ ହେଉଥିବା ମହିଳାଙ୍କୁ ସେ ମାଗଣା ଚିକିତ୍ସା ପ୍ରଦାନ କରୁଛନ୍ତି । ଉଭୟ ସ୍ୱାଭାବିକ ଓ ସର୍ଜରୀ ମାଧ୍ୟମରେ କନ୍ୟା ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କର ସେ ମାଗଣା ଚିକିତ୍ସା କରୁଛନ୍ତି । ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଭଲଭାବେ ବୁଝୁଥିବା…

Read More

ଇଣ୍ଟର୍‌ନ୍ୟାସନାଲ ୟଙ୍ଗ୍‌ ଇକୋହିରୋ ଆୱାର୍ଡ ପାଇବେ ୫ ଯୁବ ପରିବେଶ ଯୋଦ୍ଧା

ଭୁବନେଶ୍ଵର, ୦୭/୧୦ : ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଛନ୍ତି ଭାରତର ୫ ଯୁବ ପରିବେଶ ଯୋଦ୍ଧା । ସମଗ୍ର ବିଶ୍ୱର ୧୭ ପରିବେଶ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସାମିଲ ଏହି ୫ କିଶୋର କିଶୋରୀ ପାଇବେ ଇଣ୍ଟର୍‌ନ୍ୟାସନାଲ ୟଙ୍ଗ୍‌ ଇକୋହିରୋ ଆୱାର୍ଡ- ୨୦୨୩ । । ବିଶ୍ୱର ସବୁଠୁ ବଡ଼ ପରିବେଶ ସମସ୍ୟାଗୁଡ଼ିକର ନିୟନ୍ତ୍ରଣ ଲାଗି ନେଇଥିବା ପଦକ୍ଷେପ ନିମନ୍ତେ ସେମାନେ ଏହି ସମ୍ମାନାସ୍ପଦ ପୁରସ୍କାର ଲାଭ କରିବେ । ଆମେରିକାର ଅଣ-ଲାଭକାରୀ ସଂଗଠନ ‘ଆକ୍ସନ୍‌ ଫର୍‌…

Read More

ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରର ମଙ୍ଗ ଧରିଥିଲେ ପଦ୍ମଶ୍ରୀ ଶୈଳବାଳା ଦାସ, ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିବା ପ୍ରଥମ ଓଡ଼ିଆ ମହିଳା

ଭୁବନେଶ୍ଵର, ୦୭/୧୦ : ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳା ଦାସଙ୍କ ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଜଣେ ନିଷ୍ଠାପର ସମାଜସେବୀ ଥିଲେ। ସେ ୩ ଅପ୍ରେଲ ୧୯୫୨ରୁ ୨ ଅପ୍ରେଲ ୧୯୫୪ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ତାଙ୍କ ନାମରେ ନାମିତ ହୋଇଛି । ୧୮୯୨ ମସିହାରେ ମଧୁସୂଦନ ଦାସ ବିଧିବଦ୍ଧ ଭାବେ ଶୈଳବାଳାଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ଶୈଳବାଳା କୋଲ୍‌କାତାର ଭବାନୀପୁରସ୍ଥିତ…

Read More

ପ୍ରତି ନାରୀଙ୍କୁ ଧାରଣ କରିବା ଉଚିତ୍ ନବଦୁର୍ଗାଙ୍କ ଏହି ଗୁଣ, ପରିବାର ଏବଂ ସମାଜରେ ମିଳିବ ସମ୍ମାନ

ଭୁବନେଶ୍ଵର, ୬/୧୦ : ଶାରଦୀୟ ନବରାତ୍ରୀ ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେଉଛି। ଏହି କ୍ରମରେ ୨୩ ତାରିଖରେ ମହାନବମୀ ପାଳନ ହେବ। ନବରାତ୍ରୀରେ ମା ଦୁର୍ଗାଙ୍କ ନଅଟି ସ୍ଵରୂପକୁ ପୂଜା କରାଯାଏ। ଏହି ନଅ ସ୍ଵରୂପ ନଅ ଗୁଣର ପ୍ରତୀକ। ଧର୍ଯ୍ୟ, ସହନଶୀଳତା, ଭକ୍ତି, ଶକ୍ତି, ତପସ୍ୟା, ସାହସ, ଧର୍ମ, ପବିତ୍ରତା ଏବଂ ସିଦ୍ଧିର ମହତ୍ତ୍ଵକୁ ବୁଝାଇବା ପାଇଁ ଏହି ନଅ ସ୍ଵରୂପକୁ ପୂଜା କରାଯାଏ। ତେଣୁ ନାରୀମାନେ ମାଆଙ୍କର ଏହି ନଅ…

Read More

ଚିକିତ୍ସା କ୍ଷେତ୍ରରେ ନୋବେଲ ଜିତିଥିବା ୧୩ତମ ମହିଳା କାରିକୋ, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ୱର, ୫/୧୦ : ହଙ୍ଗେରୀ ଜନ୍ମିତ ଆମେରିକୀୟ ବୈଜ୍ଞାନିକ କ୍ୟାଟଲିନ୍ କାରିକୋ, ମେଡିସିନରେ ନୋବେଲ ପୁରସ୍କାର ପାଇଥିବା ୧୩ତମ ମହିଳା। ସମ୍ପ୍ରତି, ସେ ଜର୍ମାନ କମ୍ପାନୀ ବାୟୋଏନଟେକର ବରିଷ୍ଠ ଉପସଭାପତି। ପୁରସ୍କାର ପାଇବା ପରେ ସ୍ୱିଡେନ ରେଡିଓ ସହ ବାର୍ତ୍ତାଳାପରେ କାରିକୋ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ଯେତେବେଳେ ସେ ଜଣେ ପ୍ରଫେସର ମଧ୍ୟ ନଥିଲେ, ସେତେବେଳେ ତାଙ୍କ ମା ନୋବେଲ ପୁରସ୍କାର ଘୋଷଣାକୁ ବହୁତ ଆଗ୍ରହର ସହ ଶୁଣୁଥିଲେ। ପ୍ରାୟତଃ କହିଥଲେ, ବୋଧହୁଏ ତୁମର…

Read More

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି ? ସାବଧାନ୍… ହୋଇପାରେ ଏଭଳି ସମସ୍ୟା

ଭୁବନେଶ୍ଵର, ୦୨/୧୦ : ବାରମ୍ବାର ଅଧିକ ପାଣି ପିଇବା କାରଣରୁ ଶରୀରରେ ‘ୱାଟର୍‌ ଟକ୍ସିଟି’ ହୋଇପାରେ । ଏହାଦ୍ୱାରା ଶରୀରରେ କେତେକ ଗମ୍ଭୀର ସମସ୍ୟା ଆସିଥାଏ । ଏପରିକି ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ବିଗିଡ଼ି ଯାଇପାରେ । ସୁସ୍ଥ ରହିବା ତଥା ଶରୀରର ଠିକ୍‌ ଭାବେ ପରିଚାଳନା ପାଇଁ ପର୍ଯ୍ୟାପ୍ତ ମାତ୍ରାର ପାଣି ପିଇବା ଆବଶ୍ୟକ । ଯଦି ଆପଣ କମ୍‌ ପାଣି ପିଅନ୍ତି, ତେବେ ଶରୀରର ଅନେକ ପ୍ରକାରର କ୍ଷତି ହୋଇଥାଏ । ଜଳାଭାବ…

Read More

ଅବିଶ୍ଵାସ ହେଲେବି ସତ ! ମଝି ସମୁଦ୍ରରେ ଜୀବନ ବଞ୍ଚାଇ ଦେଲେ ଗଣପତି ବପ୍ପା

ଭୁବନେଶ୍ଵର, ୦୨/୧୦ : ସମୁଦ୍ରରେ ବୁଡ଼ି ଯାଉଥିବାବେଳେ ଜଣେ ୧୪ ବର୍ଷୀୟ ବାଳକ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଜୀବନ ବଞ୍ଚାଇପାରିଛନ୍ତି । ଗୁଜରାଟର ସୁରଟ ସହରରେ ଘଟିଥିବା ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି । ୩୬ ଘଣ୍ଟା ଧରି ବାଳକ ଜଣକ ଗଣେଶ ମୂର୍ତ୍ତିର ଏକ ଫ୍ରେମ୍‌କୁ ଜାବୁଡ଼ି ଧରି ଭାସିବାରେ ଲାଗିଥିଲେ । ପରେ କେତେଜଣ ମତ୍ସ୍ୟଜୀବୀ ତାଙ୍କୁ ଦେଖିବା ପରେ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ, ବାଳକଙ୍କ ନାଁ ଲଖନ ।…

Read More