ଚନ୍ଦ୍ରଯାନ-୩ ସଫଳତା ପଛରେ ଜଣେ ମହିଳାଙ୍କ ଯୋଗଦାନ, ଜାଣନ୍ତୁ ପ୍ରୋଜେକ୍ଟ ଆସୋସିଏଟ୍ ଡାଇରେକ୍ଟର କଳ୍ପନା କାଲାହସ୍ତୀଙ୍କ କାହାଣୀ
ଭୁବନେଶ୍ଵର, ୨୪/୦୮ : ଇସ୍ରୋର ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିଛି। ଏହି ସଫଳତାର ସହ ଭାରତ ସାରା ବିଶ୍ଵରେ ଇତିହାସ ରଚିଛି। ଇସ୍ରୋର ଏହି ମିଶନରେ ବୈଜ୍ଞାନିକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରିଛନ୍ତି। ତେବେ ମୁନ୍ ମିଶନରେ ମହିଳାଙ୍କର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚନ୍ଦ୍ରଯାନ-୩ ପ୍ରୋଜେକ୍ଟ ଆସୋସିଏଟ୍ ଡାଇରେକ୍ଟର କଳ୍ପନା କାଲାହସ୍ତୀ। କଳ୍ପନା କାଲାହାସ୍ତୀ ଚିତ୍ତୋର ଜିଲ୍ଲାର ବାସିନ୍ଦା। ସେ ଚେନ୍ନାଇରେ…